You are here: Home / News & Media / ଓଡ଼ିଆରେ ଉଇକିପିଡିଆ ଓ ଉଇକିପାଠାଗାର: ଓଡ଼ିଆ ପୁସ୍ତକ ଏଣିକି ମୁକ୍ତରେ ମିଳିବ ଇଣ୍ଟରନେଟରେ

ଓଡ଼ିଆରେ ଉଇକିପିଡିଆ ଓ ଉଇକିପାଠାଗାର: ଓଡ଼ିଆ ପୁସ୍ତକ ଏଣିକି ମୁକ୍ତରେ ମିଳିବ ଇଣ୍ଟରନେଟରେ

by Prasad Krishna last modified Apr 08, 2014 06:28 AM
ଭୁବନେଶ୍ବର (ମାର୍ଚ୍ଚ ୨୯): ଓଡ଼ିଆ ଉଇକିପିଡିଆ ତରଫରୁ ଆଜି ଭୁବନେଶ୍ବର ଜୟଦେବ ଭବନଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଓଡ଼ିଆ ଭାଷାକୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ଉଇକିପିଡିଆର ଉଦ୍ୟମ ପ୍ରଂଶସନୀୟ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତଙ୍କର ମିଳିତ ଉଦ୍ୟମ ହିଁ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଓଡ଼ିଆ ଭାଷାକୁ ବହୁଳ ଭାବେ ଇଣ୍ଟରନେଟରେ ଉପଲବ୍ଧ କରାଇବା ସହ ଡିଜିଟାଇଜେସନ କରିବା ଲକ୍ଷନେଇ ୨୦୦୨ ମସିହାରୁ ଉଇକିପିଡିଆ ନିରବଚ୍ଛିନ୍ନ ଉଦ୍ୟମ କରିଆସୁଛି । ଅନ୍ୟ ଭାଷା ପରି ଓଡ଼ିଆ ଭାଷାର ଜ୍ଞାନକୋଷକୁ ବୃଦ୍ଧି କରିବା ଓ ଡିଜିଟାଇଜେସନ ମାଧମରେ ଓଡ଼ିଆ ଭାଷାକୁ ଉପଲବ୍ଧ କରାଇବା ପାଇଁ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି ଉତ୍ସବରେ ଭାଷାତତ୍ବବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ଉଦୟନାଥ ସାହୁ , ଓଡିଶା ରିଭୁର ସଂପାଦକ ଡ. ଲେନିନ ମହାନ୍ତି, ଓଡିଶା ଭାସ୍କରର ମୁଖ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଭାଷା ଗବେଷକ ଶ୍ରୀଯୁକ୍ତ ସୁବ୍ରତ ପୃଷ୍ଟି ,କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସର ଅଧକ୍ଷ ଡ. ମଦନ ମୋହନ ସାହୁ, ମାଣିକ ବିଶ୍ବନାଥ ଦାତବ୍ୟ ସ୍ମୃତିନ୍ୟାସର ଅଧକ୍ଷା ଶ୍ରୀମତୀ ଆହ୍ଲାଦ ମୋହିନୀ ମହାନ୍ତି, ସ୍ମୃତିନ୍ୟାସର ସଂପାଦକ ବ୍ରଜମୋହନ ପଟ୍ଟନାୟକ ଓ ଏହାର ପରିଚାଳନା କମିଟି ସଦସ୍ୟ ଅଧ୍ୟାପକ ସରୋଜକାନ୍ତ ଚୌଧୁରୀ ଓ ଶିଶିର ରଂଜନ ଦାସ ଯୋଗ ଦେଇଥିଲେ ।

ଏହି ଉତ୍ସବରେ ଓଡ଼ିଆ ଶିଶୁ ସାହିତିକ ଡ. ଜଗନ୍ନାଥ ମହାନ୍ତିଙ୍କ ୧୧ ଖଣ୍ଡ ପୁସ୍ତକର ଡିଜିଟାଲ ପ୍ରକଳ୍ପ କିସ ଛାତ୍ରଛାତ୍ରୀଙ୍କ ଦ୍ବାରା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଉଇକିପିଡିଆ ତରଫରୁ ଘୋଷଣା କରାଯାଥିଲା। ଏହି ପୁସ୍ତକସବୁ ଉଇକୁପିଡିଆରେ ବିନା କପିରାଇଟରେ ଉପଲବ୍ଧ କରାହେବ। ଡ ଜଗନ୍ନାଥ ମହାନ୍ତିଙ୍କ ପତ୍ନୀ ତଥା ମାଣିକ ବିଶ୍ବନାଥ ଦାତବ ସ୍ମୃତିନାସର ଅଧକ୍ଷା ଶ୍ରୀମତୀ ଆହ୍ଲାଦମୋହିନୀ ମହାନ୍ତି ଏହି ପୁସ୍ତକ ଗୁଡିକର ପ୍ରକାଶନ ପାଇଁ ଉତ୍ସବରେ ଲିଖିତ ଅନୁମତି ଦେଇଥିଲେ। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ତରଫରୁ ଦେବୀପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟିଙ୍କ ସଂକଳିତ ଆଉ ତିନୋଟି ବହି ମଧ୍ୟ ମୁକ୍ତ ଲାଇସେନ୍ସରେ ଉନ୍ମଚିତ ହୋଇଥିଲା । ଏହା ସହ ଓଡ଼ିଆରେ ଟାଇପ କରିବା ପାଇଁ ଅନୁବାଦ ହୋଇପାରୁଥିବା ସଫ୍ଟଓୟାରକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଖୁବଶୀଘ୍ର ଉଇକିପାଠାଗାର ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ଉତ୍ସବରେ ଘୋଷଣା ହୋଇଥିଲା। କିସ ତରଫରୁ ଏହି ବହିଗୁଡିକର ଡିଜିଟାଲ ସଂସ୍କରଣ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ପରାମର୍ଶରେ ଆରମ୍ଭ କରାଯିବ।

ଉତ୍ସବ ଆରମ୍ଭରେ ଉଇକିପିଡିଆର ସହ ପରିଚାଳକ ମୃତ୍ୟୁଞ୍ଜୟ କର ସ୍ବାଗତ ଭାଷଣ ଦେଇଥିଲେ। ପରେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଶୁଭାଶିଷ ପାଣିଗ୍ରାହୀ ଉଇକିପିଡିଆ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ କରିଥିଲେ। ମୁଖ୍ୟ ଅତିଥି ଦେବୀପ୍ରସନ୍ନ ପଟ୍ଟନାୟକ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାକୁ ନେଇ ହୋଇଥିବା ପ୍ରଚେଷ୍ଟା ବିଷୟରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷାର ଅନେକ ପୁସ୍ତକ ଇଣ୍ଟରନେଟରେ ଉପଲବ୍ଧ ହେଉନଥିବାରୁ ପାଠକଙ୍କ ଜ୍ଞାନ ଆହରଣ ପାଇଁ ଏହା ଏକ ବିଶାଳ ପ୍ରତିବନ୍ଧକ ବୋଲି ସେ କହିଥିଲେ । ଓଡ଼ିଆ ଭାଷାର ପତ୍ରପତ୍ରିକାକୁ କିପରି ସଂରକ୍ଷିତ ରଖାଯାଇପାରିବେ ଓ ପ୍ରାଚୀନ ପୋଥିକୁ ଲୋକମାନେ ବ୍ୟବହାର କରି ସେ ସମୟର ସାହିତ୍ୟ ସହିତ ଜଡିତ ହେବା ସମ୍ପର୍କରେ ପ୍ରଚେଷ୍ଟା କରିବା ଉଚିତ ବୋଲି କହିଥିଲେ ।


Read the original published in Odishan on March 30, 2014 here

banner
  Website_Notice_2705
Donate to support our works.
 
ASPI-CIS Partnership
 
In Flux: a technology and policy podcast by the Centre for Internet and Society

 

() [] {} 