ଓଡ଼ିଆ ଉଇକିପାଠାଗାର

Odia newspaper Sambad carried this featured column of mine yesterday in their Sunday supplement "Sambada Rabibara" on December 6, 2015.

 

It sheds light on how important it is to digitize published work and make them available in open standard. Odia Wikisource, a sister project of Odia Wikipedia and a free and open online library, is growing up with more and more Odia books every day. With a vast majority of the native language speakers seeking knowledge online, useful content like available online is going to pay a very crucial role. Be it popular literature or popular science writings, Odia Wikisource is growing up with books of various genre and helping preserve old published works.


ଭାଷାଟିଏ ବଢ଼ିଲେ ବଢ଼ନ୍ତି ବ୍ୟବହାରୀ । ବଢ଼େ ସେ ଭାଷାର ଅଭିଲେଖ । ଆଉ ଆମ ଭାଷାଟି କେଇ ଶହ-ହଜାର ବର୍ଷ ଭିତରେ ଶାଖା ପ୍ରଶାଖା ମେଲି ଯେ କେଡ଼େ ବିଶାଳ ହୋଇଛି ତାହା ଆମେ ଜାଣୁ । ଭାଷା ନଈଟି ବହୁ ଜାଗା ଦେଇ ବହୁ ବହୁ ଅନେକ ବହି ମଧ୍ୟ ଉତୁରିଉଠିଛି । ସେ ବହିମାନଙ୍କ ଭିତରୁ ଜଣାଶୁଣା ଲେଖକଙ୍କ ବହିଗୁଡ଼ିକ ଭଲ ଭାବେ ସଂରକ୍ଷିତ ହୋଇ ପୁନମୁଦ୍ରଣ ହେବା ସହିତ ପିଢ଼ି ପିଢ଼ି ଧରି ପଢ଼ାହେଉଛି। ହେଲେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଥାଇ ମଧ୍ୟ ଅନେକ ବଣମଲ୍ଲୀ ସମ ଉପାଦେୟ ବହି ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନକୁ ଆସିପାରିନାହିଁ। ତା’ଛଡ଼ା ଅନେକ ବହି ପ୍ରକାଶକ ଓ ଲେଖକଙ୍କ ସମ୍ବଳ ଅଭାବ ହେତୁ, ପାଠକଙ୍କ ଅନାଗ୍ରହ ଯୋଗୁ ସାରା ଓଡ଼ିଶା ବା ଓଡ଼ିଶା ବାହାରକୁ ଯାଇପାରନ୍ତି ନାହିଁ । ଏମିତି ଅବସ୍ଥାରେ ଆମ ଭବିଷ୍ୟତ ସବୁଯାକ ବହି ନ ହେଲେ ମଧ୍ୟ କିଛି ପାଇବେ ତ?

ଆଗରୁ ଆମର କୋଠକାଠିଆ ସମାଜ ଥିଲା। ଏକାଠି ବହୁଲୋକ ବସି ଆଳାପ ଆଲୋଚନା କରୁଥିଲେ। ବହି ପଢ଼ାଠୁ ଆରମ୍ଭ କରି ନ୍ୟାୟ ବିଚାର ଯାଏ ସବୁ ହେଉଥିଲା ସେଇଠି । ଆମ ବଡ଼ବଡ଼ୁଆମାନେ ସବୁ ଗୁରୁତ୍ଵପୂର୍ଣ୍ଣ ସିଦ୍ଧାନ୍ତ ସେଇଠି ନେଉଥିଲେ । ଅନେକ ସ୍ଥାନରେ ବୁଦ୍ଧଙ୍କ ଛବି ଖୋଜିଲେ ଏବେ ବି ଗଛ ତଳେ ଚଉକି ଉପରେ ଏକାଠି ହୋଇ ଲୋକେ ବିଚାର କରୁଥିବା ଦେଖିବାକୁ ମିଳେ । ଏକଦା ଭାଗବତ ଟୁଙ୍ଗିରେ ଭାଗବତ ପଢ଼ାହେବା ଆରମ୍ଭ ହୋଇଥିଲା । ସେ ଥିଲା କେଇଘଣ୍ଟା ପାଇଁ ପାଠାଗାର ଆଉ ବେଳ ପାଇଁ ଚଳଣି ଆଉ ନ୍ୟାୟଘରା ପରେ ବହିର ଆଲୋଚନାଠାରୁ ସଂଗ୍ରହ ଓ ସଂରକ୍ଷଣ ଲୋଡ଼ା ପଡ଼ିବାରୁ ପାଠାଗାର ଆରମ୍ଭ ହେଲା । ତେବେ ଧୀରେ ଧୀରେ ଲୋକେ ବହି ପଢ଼ାଠାରୁ ଦୂରେଇ ଯିବାରୁ ପାଠାଗାର ବଣମଲ୍ଲୀ ସମାନ ହୋଇପଡ଼ିଲାଣି । ଆଜିର ପିଢ଼ି ଯେବେ ପୂରାପୂରି ଡିଜିଟାଲ୍ ମୁହାଁ ହୋଇସାରିଲେଣି, ଆମକୁ ବିଚାରିବାକୁ ହେବ ଏ ରାଶି ରାଶି ପୋଥି କାହା ପାଇଁ । ସମାଜଟିଏ ତା’ର ଆଗାମୀ ଭବିଷ୍ୟତର ଆଖିରେ ସପନ ଦେଖେ । ତେଣୁ ବର୍ତ୍ତମାନ ପିଢ଼ିର ଆବଶ୍ୟକତାକୁ ଅଣଦେଖା କରି କେବଳ ବହି ଛାପିଲେ ପାଠାଗାର ଯେ ଅଳିଆଗଦାରେ ପରିଣତ ନ ହେବ କିଏ କହିବ? ଆଗାମା ପିଢ଼ି ପାଇଁ କ’ଣ ଲେଖାହେବ, କ’ଣା ଲେଖା ନ ହେବ ଆଉ କିପରି ଲେଖା ହେବ ତାହା ଏକ ଜଟିଳ ବିଷୟ । ଭାଷା କହିଲେ ଖାଲି ସାହିତ୍ୟକୁ ବୁଝାଏ ନାହିଁ ବରଂ ସାହିତ୍ୟ ଭାଷାର ଏକ ଅଂଶ ବୋଲି ଅନେକଙ୍କୁ ବୁଝିବାକୁ ପଡ଼ିବ । ବିଭିନ୍ନ ଧରଣର ରଚନା ଓ ସେସବୁ ସାଇତା ହେବାର ଆବଶ୍ୟକତା ବହୁ ଭାବେ ରହିଛି । ଆମେ ଆଗକୁ ବଢ଼ିବା ବେଳେ ଆଉ ନୂଆ ଭାବିବା ବେଳେ ଆଗରୁ ଘଟିଥିବ ଘଟଣା ଆମ ପାଦ ତଳର ନିଅଁ ଭଳି କାମ କରେ । ତେଣୁ ନୂଆ ପିଢ଼ି ବହିଠାରୁ ଦୂରେଇ ଯାଉଛନ୍ତି ବୋଲି ଭାବିଲେ ଚୋରକୁ ମାନ ମାରି ଖପରାରେ ଖାଇବା ଭଳି ଦେବାକାମି ହେବା କାଗଜ ଉପରେ ଛପା ବହି ଯେତେ ନିଜର ଲାଗିଲେ ମଧ୍ୟ ଦିନେ ନା ଦିନେ ଚିରିବ କି ଉଇଙ୍କ ଆହାର ହେବା ଆଉ ଆଗତ ଦିନ ପାଇଁ ତାକୁ ସାଇତି ରଖିବାର ସଳଖ ବାଟଟିଏ ହେଲା ତା’ର ଡିଜିଟାଲ୍ କପି ତିଆରିବା । ଇଂରାଜି, ଫ୍ରେଞ୍ଚ, ସ୍ଥାନିସ୍, ଜର୍ମାନ, ଜାପାନୀ ଆଦି ଭାଷାରେ ଲେଖା ପୋଥିପତର ସବୁ ସେଠାର ପାଠକ ଆଜି ବି ଆମ ଭଳି ବହିଧରି ପଢ଼ିବାକୁ ଭଲପାଆନ୍ତି । ଲଣ୍ଡନରେ କିଛି ଦିନର ରହଣି କାଳରେ ଦେଖି ଅଭିଭୂତ ହେଲି ସେଠା ଲୋକଙ୍କ ବହି ପଢ଼ାର ସଉକ । ଟ୍ରେନ୍ ଷ୍ଟେସନ୍ ବାଡ଼ାକୁ ଆଉଜି କିଏ ପଢୁଛି ତ କିଏ ଜନଗହଳି ଥାନରେ କଣଟିଏ ବାଛି ଫରଦ ପରେ ଫରଦ ଲେଉଟଉଛି । କିନ୍ତୁ ସେଠାର ପାଖାପାଖି ସବୁ ନୂଆ ବହି ଉଭୟ ଛପା ଓ ଇ-ବହି ବିକ୍ରି ହେଉଛି। ନୂଆ ଟେକ୍ନୋଲୋଜି ଆସିଗଲା ବୋଲି ପୁରୁଣା, ପୂରା ଫୋପାଡ଼ିଦେବା କେବଳ ମଝିମଝିଆ ସମାଜର ଲକ୍ଷଣ । ହେଲେ ଉଚ୍ଚତର ସମାଜରେ ପୁରୁଣା ଓ ନୂଆର ବିଭା ସବୁଠି ଦେଖିବାକୁ ମିଳେ। ତେଣୁ ଆମ ବହିମାନଙ୍କ ବିକ୍ରି କମିଯିବ ବୋଲି ହାଉଳି ଖାଇ ଆମେ ନୂଆପିଢ଼ିକୁ ଆମ ବହିର ବାସନାପାଣିରୁ ବଞ୍ଚିତ କରୁନୁ ତ ? ଯଦି ସତରେ ଆମ ପର ପିଢ଼ି ଆମ ବହିଯାକ ନ ପଢ଼ନ୍ତି ତା’ହେଲେ ଏ ଜାତିର ଇତିହାସରେ ଆମେ ଲାଙ୍ଗୁଡ଼ଜକା ଆଉ ଚିରକାଳ ଦୋଷୀ ହୋଇ ରହିଯିବୁ ।

 

ଅବଶ୍ୟ ବହି କିଣି ହାତରେ ଧରି ପଢୁଥିବା ଲୋକଟି କେବେ ହେଁ ମୋବାଇଲ: ଟାବଲେଟ୍-କିଣ୍ଡିଲ୍-କମ୍ପ୍ୟୁଟରରେ ପଢ଼ିବାକୁ ସୁଖ ମଣିବ ନାହିଁ । କିନ୍ତୁ ବିମାନରେ ଯିବା ବେଳେ ଲୋଡ଼ା ପଡ଼ିଲେ ଡିଜିଟାଲ ମାଧମରେ ପଢ଼ିବା ଆଉ ବିଶାଳ ଗ୍ରନ୍ଥର କେଉଁ କୋଣରେ ଲେଖାଟିଏ ଖୋଜିବାକୁ ଚାହିଲେ, ସବୁ ପୃଷ୍ଠା ନ ଖୋଜି ପାଠକଟିଏ ସଳଖେ ସଳଖେ ଇଣ୍ଟରନେଟରେ ଖୋଜିପାରିବା ବହିର ଡିଜିଟାଲ ରୂପ ତିଆରିବାରେ ‘ସୃଜନିକା’ ନାମକ ଅନୁଷ୍ଠାନର ଅବଦାନ କାହିଁରେ କେତେ ପାଖାପାଖି ଦେଢ଼ ଲକ୍ଷ ପୃଷ୍ଠା ସ୍କାନ୍ କରି ସେମାନେ ଅନେକ ଇ-ବହି ତିଆରି କରିସାରିଲେଣି। ୧୮୫୦-୧୯୫୦ ଭିତରେ ଛପା ଓଡ଼ିଆ ପତ୍ରପତ୍ରିକାସବୁ ପ୍ରାୟ ଏଥିରେ ସାମିଲ । odia.org ନାମକ ଆଉ ଏକ ୱେବସାଇଟ୍ କିଛି ନିଜ ଉଦ୍ୟମରେ ଆଉ କିଛି ବାକିମାନଙ୍କ ସହଯୋଗରେ କିଛି ଓଡ଼ିଆ ବହି ଇଣ୍ଟର୍ନେଟରେ ଉପଲବ୍ଧ କରାଇଛନ୍ତି । ଇଣ୍ଟର୍‌ନେଟ୍ ଆର୍‌କାଇଭ୍ (archive.org) ସାଇଟରେ ବହିସବୁ ପିଡିଏଫ୍ ଭାବେ ଅପ୍‌ଲୋଡ କଲେ ତାହା ମୋବାଇଲ୍ ଓ ଅନ୍ୟାନ୍ୟ ଆକାରରେ ଦେଖିବାକୁ ସୁବିଧା । ହେଲେ ଲୋଡ଼ାଥିଲା ଇଣ୍ଟର୍‌ନେଟରେ ପାଠାଗାରଟିଏ । ହେଲେ ଇଣ୍ଟର୍‌ନେଟ୍ ଯେତେବେଳେ ଖାଲି ପାଠକ ରହିଲେ କି ମଉଜ? ଦିଆ-ନିଆ ନ ଥାଇ ସେ କି ଇଣ୍ଟରନେଟ୍? ପାଠକ ଯଦି କେଉଁଠି ଭୁଲ୍‌ଟିଏ ଦେଖିଲେ ତାକୁ ବଦଳାଇ ପାରୁଥିବେ, ତା’ହେଲେ ସିନା । ଅନେକ ହୁଏତ ଜାଣି ନ ଥିବେ ସମାଧାନର ବାଟଟିଏ ରହିଛି । ଉଇକିପିଡିଆ (Wikipedia)ର ଓଡ଼ିଆ ସଂସ୍କରଣ or.wikipedia.org ୨୦୦୨ରୁ ସକ୍ରିୟ ଆଉ ଏଥିରେ ୧୦,୦୦୦ ପ୍ରସଙ୍ଗ ରହିଛି । ଏହାର ଆଉ ଏକ ସହ-ପ୍ରକଳ୍ପ ହେଲା ଓଡ଼ିଆ ଉଇକିପାଠାଗାର । ଇଣ୍ଟର୍‌ନେଟ୍‌ରେ or wikisource. orgରେ ଖୋଲାରେ ଉପଲବ୍ଧ ଏହି ଅନ୍‌ଲାଇନ୍ ଓଡ଼ିଆ ପାଠାଗାରଟି କେବଳ ପଠନ ପାଇଁ ନୁହେଁ ବରଂ ସମ୍ପାଦନା ଓ ବହିର ଡିଜିଟାଲ୍ ରୂପ ତିଆରି ପାଇଁ । ପ୍ରତିଟି ପାଠକର ବହି ପାଇଁ ଟିକେ ହେଉ ପଛେ, କିଛି ଅବଦାନ ରହିବା ଉଚିତ । ଆଉ ସେ ଅବଦାନ ଯଦି ପୁରୁଣା ବିରଳ ବହିର ଲେଖାତକ ଆଉଥରେ ଟାଇପ୍ କରିହୁଏ କି ଆଉ କାହା ଦେଇ ଟାଇପ୍ ହୋଇଥିବା ବହିରେ ଭୁଲଭଟକା ସୁଧାରିବା ହୁଏ, ତା’ହେଲେ ପ୍ରତିଟି ପାଠକ ଜଣେ ଜଣେ ସମ୍ପାଦକ ହେବ । ଆଜିଯାଏ ଭାଷା କ୍ଷେତ୍ରରେ ହେଉ କିମ୍ବା ଆଉ କେଉଁ କ୍ଷେତ୍ରରେ ହେଉ ବିଶାଳତମ କୃତିସବୁ କେବେ ଜଣଙ୍କ ଦେଇ ନୁହେଁ ବରଂ ଗଣଙ୍କ ଦେଇ ହୋଇଛି । ଏଇ ଆଗରୁ ଯେଉଁ ଉଇକିପିଡିଆ କଥା କୁହାଗଲା, ସେ ବି ୨୦-୨୫ ପାଖାପାଖି ସକ୍ରିୟ ଉଇକିଆଳିଙ୍କ ଦେଇ ଲିଖିତ ଓ ସମ୍ପାଦିତ । ସେଇଭଳି ଏ ଉଇକିପାଠାଗାର ପାଇଁ ପାଖାପାଖି ୮-୯ ଜଣ ସକ୍ରିୟ ସଭ୍ୟ । ଆଉ ଆନନ୍ଦର କଥା ହେଲା, ଏଥିରେ ନାରୀ-ପୁରୁଷଙ୍କ ଯୋଗଦାନ ପାଖାପାଖି ଏକା । ବହୁଲୋକ ଏକାଠି ମିଳିମିଶି କାମ କଲେ ଆଉ ବିଭିନ୍ନ ବର୍ଗର, ଲିଙ୍ଗର ସମାନତା ରହିଲେ ଯାଇ କାମଟି ଯେ ପରିପୁଷ୍ଟ ହୁଏ । ଏ ବିଚାର ଥାଇ ମଧ୍ୟ ଅନେକ ସ୍ଥାନରେ ପାଳନ ହୋଇପାରେନା । ଉଇକିପାଠାଗାରରେ ଏଯାବତ୍ ଓଡ଼ିଆ ଭାଗବତ ଭଳି ବିଶାଳ କୃତିକୁ ଛାଡ଼ି ପୁରାତନ ଓ ଆଧୁନିକ ପଞ୍ଚସଖା, ସାଲବେଗ, ଭୀମଭୋଇ, ଭଞ୍ଜଙ୍କଠାରୁ ଆରମ୍ଭ ଏ ଯୁଗର କେତେକ ଲେଖକଙ୍କ କୃତି ରହିଛି । ୨୦୧୨ରେ ଆରମ୍ଭ ହୋଇ ପ୍ରକଳ୍ପଟଫ ଦୁଇବର୍ଷ ଧର ସଜବାଜ ହୋଇ ଶେଷରେ ୨୦୧୪ରେ ଜନ୍ମନେଲା । ଆଉ ଏଇ ମାସ ୨୦ରେ ପଢୁଆଁ ଜନ୍ମତିଥି ପାଳିଥିବା ଏ ପାଠାଗାରରେ ଏବେ ମାତ୍ର ୨୦୬ ଖଣ୍ଡ ବହି । ଆମ ବିଶାଳ ଭାଷାର ବହି-ଦରିଆକୁ ସେ ଶଂଖେ । କପିରାଇଟ୍ ବାହାରେ ଥିବା ଓଡ଼ିଆ ବହିମାନ ଏଥିରେ ଆଣିବା ପାଇଁ ଲୋଡ଼ା ଆହୁରି କେତେ ହାତ । ଏବେ ଗୁଗୁଲ୍ ତିଆରି "ଅପ୍ଟିକାଲ୍ କ୍ୟାରେକ୍ଟର୍ ରେକଗନିସନ୍" ବଳରେ ଅନେକ ବହିର ଛବିରୁ ଲେଖା ବାହାର କରିହେଉଛି । ତାକୁ ସଂଶୋଧନ କରିପାରିଲେ ଅନେକ ବହିକୁ ପୂରା ଟାଇପ୍ କରିବାକୁ ପଡ଼ିବ ନାହିଁ । ଏକଥା ଆମେ ହେଜିଲେ ଆମ ଆଗାମୀ ପିଢ଼ିରେ ଓଡ଼ିଆହୀନତା ପାଇଁ ଆମକୁ ବେଶି ଭାବିବାକୁ ପଡ଼ିବ ନାହିଁ। ପିଲେ ତାଙ୍କ ମୋବାଇଲ୍ ଟାବଲେଟ୍ କିଣ୍ଡିଲ୍ ଖୋଲି ବଳେ ଓଡ଼ିଆ ପଢ଼ିବା ଆରମ୍ଭ କରିବେ।

- ଶୁଭାଶିଷ ପାଣିଗ୍ରାହୀ

ସେଣ୍ଟର୍ ଫର୍ ଇଣ୍ଟରନେଟ୍ ଆଣ୍ଡ ସୋସାଇଟି, ବେଙ୍ଗାଲୁରୁ

A scanned version of the article below:

null

Document Actions