You are here: Home / News & Media / ଉଇକିପିଡ଼ିଆ:ମେଳଣ/ବୁର୍ଲା (ସମ୍ବଲପୁର)

ଉଇକିପିଡ଼ିଆ:ମେଳଣ/ବୁର୍ଲା (ସମ୍ବଲପୁର)

by Prasad Krishna last modified Aug 05, 2013 08:04 AM
There was a news coverage on The Sambad, Sambalpur edition about the Odia Wikipedia workshop organized on July 26 and 27, 2013 at Veer Surendra Sai University of Technology, Burla.
ଉଇକିପିଡ଼ିଆ:ମେଳଣ/ବୁର୍ଲା (ସମ୍ବଲପୁର)

A picture of the participants from the Odia wikipedia workshop held on July 26 and 27, 2013


The Centre for Internet and Society has been credited for financial support. Click to see the report on the mailing list.


ସମ୍ବଲପୁରର ବୁର୍ଲାଠାରେ ଥିବା "ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ"ରେ ୨୬ ଓ ୨୭ ଜୁଲାଇ ୨୦୧୩ (ଶୁକ୍ରବାର, ଶନିବାର) ଦିନ ଓଡ଼ିଆ ଉଇକିପିଡ଼ିଆର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

କର୍ମଶାଳାର ବିଷୟବସ୍ତୁ

କର୍ମଶାଳା ବିବରଣୀ


ସମ୍ବଲପୁରର ବୁର୍ଲାଠାରେ ଥିବା ‘ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)’ ର ଗୋଲ୍ଡ଼େନ ଜୁବୁଲୀ ସେମିନାର ହଲ ପରିସରରେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇ ଓଡ଼ିଆ ଉଇକିପିଡ଼ିଆ ବ୍ୟବହାର ସଂପର୍କରେ ଜ୍ଞାନ ଅର୍ଜନ କରିଥିଲେ । ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ସକ୍ରିୟ ଓଡ଼ିଆ ଉଇକିଆଳି ଗୋର୍ବାଚୋଭ ପୋଥାଳଙ୍କ ତତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଉଇକିପିଡ଼ିଆ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ସେ କହିଥିଲେ ଯେ, ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାରେ ଇଣ୍ଟରନେଟ୍‌ରେ ଉପଲବ୍ଧ ଏକ ଖୋଲା ଜ୍ଞାନକୋଷ । ଏହାକୁ ବ୍ୟବହାର କରି ଜଣେ କିପରି ନିଜର ଗବେଷଣା ଦକ୍ଷତା ବିକାଶ ଓ ମାଗଣା ଜ୍ଞାନର ବିତରଣ କରିପାରିବ, ସେହି ବିଷୟରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ଓଡ଼ିଆ ଉଇକିପିଡ଼ିଆର ଇତିହାସ, ଆଭିମୁଖ୍ୟ, ଉଇକିପିଡ଼ିଆରେ ବର୍ତ୍ତମାନ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ସବିଶେଷ ଆଲୋଚନା କରିଥିଲେ ଓ କହିଥିଲେ ଓଡ଼ିଆରୁ ଦୂରେଇ ଯାଉଥିବା ଲୋକଙ୍କୁ ଓଡ଼ିଆମୁଖୀ କରାଇବାର ଏହା ଅନ୍ୟତମ ପ୍ରଚେଷ୍ଟା । ଶ୍ରୀ ପୋଥାଳ ନିଜର ବକ୍ତବ୍ୟ ଦେଇ ସାରିବା ପରେ ଉଇକିପିଡ଼ିଆ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ପରେ କର୍ମଶାଳରେ ସେ ଉଇକିପିଡିଆରେ ନୂତନ ପ୍ରସଙ୍ଗ ଲେଖିବା, ସମ୍ପାଦନା କରିବା, ଆଧାର ଦେବା ଇତ୍ୟାଦିର ପ୍ରଶିକ୍ଷଣ ଦେଇ ଏକ ଗଣ-ସମ୍ପାଦନା ଆୟୋଜନ କରିଥିଲେ । କର୍ମଶାଳାରେ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅମରନାଥ ନାୟକ, ଡ଼ ବିଭୂତି ଭୂଷଣ ପାଣି, ଡ଼. ଅକ୍ଷୟ କୁମାର ପଟ୍ଟନାୟକ, ଡ. ଜ୍ୟୋତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାର ସଫଳ ପରିଚାଳନା ପାଇଁ ଛାତ୍ର ପ୍ରତିନିଧି ଅବିନାଶ କୁମାର ପୁହାଣ, ସୁପ୍ରଜ୍ଞାନ ପଟ୍ଟନାୟକ, ସୁଭମ ସାହୁ, ସୋମ୍ୟଶ୍ରୀ ଋତୁପର୍ଣ୍ଣୋ ସାହୁ, ଅନନ୍ୟା ସୃଷ୍ଟି ଶତପଥୀ ସାହାଯ୍ୟ କରିଥିଲେ ।

ଆର୍ଥିକ ସହାୟତା

କାର୍ଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ "ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି - ଆକ୍ସେସ ଟୁ ନଲେଜ" ତରଫରୁ ଟ.୨,୦୦୦/- ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଯୋଗଦେଇଥିବା ପୁରୁଖା ଉଇକିଆଳି

ଗୋର୍ବାଚୋଭ ପୋଥାଳ

  1. ଚେତନା ପ୍ରଧାନ
  2. ନିଆନ ମେଶି
  3. ପ୍ରତୀକ
  4. ଶ୍ରୀନନ୍ଦନ
  5. କୁମାର ସୌରଭ ମହାନ୍ତି
  6. ଦେବାସିସ ପଣ୍ଡା
  7. ଆଶିଷ କୁମାର ଚୌଧୁରୀ
  8. ଦେବରାଜ ଓରାମ
  9. ଅବିନାଶ କୁମାର ପୁହାଣ
  10. ଅନିନାଶ ଶ୍ରୀଚନ୍ଦନ
  11. ଗୁରୁକଲ୍ୟାଣ ମହାନ୍ତି
  12. ସମୀର ରଞ୍ଜନ ସାହୁ
  13. ହିତେନ କୁମାର ବେହେରା
banner
  Website_Notice_2705
Donate to support our works.
 
ASPI-CIS Partnership
 
In Flux: a technology and policy podcast by the Centre for Internet and Society

 

() [] {} 