You are here: Home / News & Media / ଓଡିଆ ଉଇକିପିଡ଼ିଆର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲାରେ

ଓଡିଆ ଉଇକିପିଡ଼ିଆର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲାରେ

by Prasad Krishna last modified Aug 05, 2013 08:25 AM
Odishan.com covered the Wikipedia event organized at Veer Surendra Sai University of Technology, Burla on July 26 and 27, 2013.
ଓଡିଆ ଉଇକିପିଡ଼ିଆର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲାରେ

Participants seen at the Wikipedia workshop held in

Click to read the original published in Odishan.com.


ସମ୍ବଲପୁରର ବୁର୍ଲାଠାରେ ଥିବା ‘ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)’ ର ଗୋଲ୍ଡ଼େନ ଜୁବୁଲୀ ସେମିନାର ହଲ ପରିସରରେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇ ଓଡ଼ିଆ ଉଇକିପିଡ଼ିଆ ବ୍ୟବହାର ସଂପର୍କରେ ଜ୍ଞାନ ଅର୍ଜନ କରିଥିଲେ । ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ସକ୍ରିୟ ଓଡ଼ିଆ ଉଇକିଆଳି ଗୋର୍ବାଚୋଭ ପୋଥାଳଙ୍କ ତତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଉଇକିପିଡ଼ିଆ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ସେ କହିଥିଲେ ଯେ, ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାରେ ଇଣ୍ଟରନେଟ୍‌ରେ ଉପଲବ୍ଧ ଏକ ଖୋଲା ଜ୍ଞାନକୋଷ । ଏହାକୁ ବ୍ୟବହାର କରି ଜଣେ କିପରି ନିଜର ଗବେଷଣା ଦକ୍ଷତା ବିକାଶ ଓ ମାଗଣା ଜ୍ଞାନର ବିତରଣ କରିପାରିବ, ସେହି ବିଷୟରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ଓଡ଼ିଆ ଉଇକିପିଡ଼ିଆର ଇତିହାସ, ଆଭିମୁଖ୍ୟ, ଉଇକିପିଡ଼ିଆରେ ବର୍ତ୍ତମାନ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ସବିଶେଷ ଆଲୋଚନା କରିଥିଲେ ଓ କହିଥିଲେ ଓଡ଼ିଆରୁ ଦୂରେଇ ଯାଉଥିବା ଲୋକଙ୍କୁ ଓଡ଼ିଆମୁଖୀ କରାଇବାର ଏହା ଅନ୍ୟତମ ପ୍ରଚେଷ୍ଟା । ଶ୍ରୀ ପୋଥାଳ ନିଜର ବକ୍ତବ୍ୟ ଦେଇ ସାରିବା ପରେ ଉଇକିପିଡ଼ିଆ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ପରେ କର୍ମଶାଳରେ ସେ ଉଇକିପିଡିଆରେ ନୂତନ ପ୍ରସଙ୍ଗ ଲେଖିବା, ସମ୍ପାଦନା କରିବା, ଆଧାର ଦେବା ଇତ୍ୟାଦିର ପ୍ରଶିକ୍ଷଣ ଦେଇ ଏକ ଗଣ-ସମ୍ପାଦନା ଆୟୋଜନ କରିଥିଲେ । କର୍ମଶାଳାରେ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅମରନାଥ ନାୟକ, ଡ଼ ବିଭୂତି ଭୂଷଣ ପାଣି, ଡ଼. ଅକ୍ଷୟ କୁମାର ପଟ୍ଟନାୟକ, ଡ. ଜ୍ୟୋତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାର ସଫଳ ପରିଚାଳନା ପାଇଁ ଛାତ୍ର ପ୍ରତିନିଧି ଅବିନାଶ କୁମାର ପୁହାଣ, ସୁପ୍ରଜ୍ଞାନ ପଟ୍ଟନାୟକ, ସୁଭମ ସାହୁ, ସୋମ୍ୟଶ୍ରୀ ଋତୁପର୍ଣ୍ଣୋ ସାହୁ, ଅନନ୍ୟା ସୃଷ୍ଟି ଶତପଥୀ ସାହାଯ୍ୟ କରିଥିଲେ ।

banner
  Website_Notice_2705
Donate to support our works.
 
ASPI-CIS Partnership
 
In Flux: a technology and policy podcast by the Centre for Internet and Society

 

() [] {} 